ଭାରତୀୟ ସିନେମା ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ୯୯ତମ ଓସ୍କାର ପାଇଁ ସନ୍ତୋଷ ଦାଭାକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଚର୍ଚ୍ଚିତ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଭାରତ ପକ୍ଷରୁ ଅଫିସିଆଲ୍ ଏଣ୍ଟ୍ରି ଭାବରେ ଚୟନ କରାଯାଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଜୁରୀ କମିଟି ଦେଶର ୩୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଭାଷାର ପ୍ରତିଯୋଗୀ ଫିଲ୍ମଗୁଡ଼ିକୁ ପଛରେ ପକାଇ ଏହି ମରାଠୀ ଫିଲ୍ମକୁ ‘ବେଷ୍ଟ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ’ ବର୍ଗ ପାଇଁ ମନୋନୀତ କରିଛନ୍ତି।

ଗ୍ରାମୀଣ ମହାରାଷ୍ଟ୍ରର ପାରମ୍ପରିକ ରାତ୍ରିକାଳୀନ ଲୋକନୃତ୍ୟ ଓ ପୂଜାବିଧି ‘ଗୋନ୍ଧଲ’ର ମନୋଜ୍ଞ ପୃଷ୍ଠଭୂମି ଉପରେ ଏହି ହାଇ-ଟେନ୍ସନ୍ ସସପେନ୍ସ-ଥ୍ରୀଲର୍ ଆଧାରିତ, ଯାହାକି ଏହାର ମୌଳିକ କାହାଣୀ, ନିର୍ଦ୍ଦେଶନା ଏବଂ ସାଂସ୍କୃତିକ ଝଲକ ମାଧ୍ୟମରେ ବିଶ୍ୱସ୍ତରରେ ଭାରତୀୟ ସିନେମାର ପ୍ରତିନିଧିତ୍ୱ କରିବାକୁ ଯାଉଛି।

 

 

Leave a Reply

Your email address will not be published. Required fields are marked *