ପୁଣି ଟ୍ରାକ୍‌ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ ପାଇଲଟ ଠିକ୍ ସମୟରେ ବ୍ରେକ୍ ଲଗାଇବାରୁ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ଆରପିଏଫ ସିଲିଣ୍ଡର ଜବତ କରି ତଦନ୍ତ ଜାରି ରଖିଛି।

ସେପ୍ଟେମ୍ବର ମାସରେ ଏହା ହେଉଛି ଚତୁର୍ଥ ଘଟଣା ଯେଉଁଠାରେ ଦୁର୍ବୃତ୍ତମାନେ ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରିଛନ୍ତି। ସେପ୍ଟେମ୍ବର ୮ରେ ପ୍ରୟାଗରାଜରୁ ଭିୱାନୀ ଅଭିମୁଖେ ଯାତ୍ରା କରୁଥିବା କାଳିନ୍ଦୀ ଏକ୍ସପ୍ରେସ୍ କାନପୁରରେ ରେଳ ଧାରଣାରେ ଥିବା ଏକ ଏଲପିଜି ସିଲିଣ୍ଡରକୁ ଧକ୍କା ଦେଇଥିଲା।

Leave a Reply

Your email address will not be published. Required fields are marked *