ଭୁବନେଶ୍ୱର : ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ । ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସେବାୟତ । ଗିରଫ ଅଭିଯୁକ୍ତଙ୍କ ନାମ କୁଣ୍ଡୁ ମହାପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ । ଏନେଇ ଲିଙ୍ଗରାଜ ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ ବିଦେଶିନୀ । ଏହାପରେ ଆକ୍ସନକୁ ଆସି ପୋଲିସ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ଏ ଧାରା ଲାଗିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *