ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ମିଶ୍ରଣ ପର୍ବ। ‘ଅନ୍ଧ, ମୁକ, ଦୁର୍ନୀତି ଗ୍ରସ୍ତ, ଗରିବ ବିରୋଧୀ’ ସରକାରକୁ ନିନ୍ଦା କରିଛନ୍ତି ସେ। ସେ ବହୁତ ଗର୍ବିତ ଆଜି ବିଜେପିରେ ଯୋଗ ଦେଇଥିବାରୁ ବୋଲି କହିଛନ୍ତି ।

ସେ ବରିଷ୍ଠ ବିଜେପି ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ପରିବର୍ତ୍ତନର ସମୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଓଡିଶାବାସୀଙ୍କ ସେବା କରିବେ ବୋଲି କହିଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲ, ପୁର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତିଙ୍କ ଉପସ୍ଥିତିରେ ବିଜେପି ହାତ ଧରିଛନ୍ତି।

‘ଓଡ଼ିଆ ଫାର୍ଷ୍ଟ, ଓଡ଼ିଶା ଫାର୍ଷ୍ଟ’କୁ ଆଗକୁ ବଢ଼ାଇବା ଲକ୍ଷ୍ୟ ରହିବ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ସଚିବାଳୟକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ମୁଁ ମନମୋହନ ସାମଲଙ୍କୁ ସେ ଅନୁରୋଧ କରୁଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପରିବର୍ତ୍ତନ ହିଞ୍ଜିଳି ରୁ ଆରମ୍ଭ ହେବ ଭୁବନେଶ୍ବରରେ ଶେଷ ହେବ।

ସେ ୫ଟି ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଅଣଓଡ଼ିଆ ଆସିକି ରାଜନୀତି କରୁଛନ୍ତି।

ଆଜି ପ୍ରଦୀପ ପାଣିଗ୍ରାହୀଙ୍କ କିଛି ଅଳ୍ପ ସମର୍ଥକ ଯୋଗ ଦେଇଥିଲେ। ଆସନ୍ତା କାଲି ହେବାକୁ ଥିବା ରାଜନାଥ ସିଂହଙ୍କ ସଭାରେ ତାଙ୍କର ଅନେକ ସମର୍ଥକ ଯୋଗ ଦେବେ ଏବଂ ଶକ୍ତି ପ୍ରଦର୍ଶନ କରିବା ନେଇ ସୂଚନା ମିଳିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *