ଭୁବନେଶ୍ବର: ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ନେଇ ସରିଲା ପ୍ରଥମ ବୈଠକ। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯଥା ସମୟରେ ପୂଜା ରୀତିନୀତି ସରିବ ଏବଂ ରାତି ୧୦ରୁ ସାଢ଼େ ୧୦ଟା ମଧ୍ୟରେ ଉଠିବ ମହାଦୀପ। ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ, ସମର୍ଥା, ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧକ୍ଷତାରେ ବୈଠକ ବସିଥିଲା।

ସୂଚନା ଅନୁଯାୟୀ, ଗତବର୍ଷ ନୀତିକାନ୍ତିରେ ଦୁଇ ଘଣ୍ଟା ବିଳମ୍ବ ଯୋଗୁଁ ମହାଦୀପ ଉଠିବାରେ ବିଳମ୍ବ ହୋଇଥିଲା । ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିଲା। ମାତ ରାତି ୧ଟାରେ ଉଠିଥିଲା ମହାଦୀପ। ତେଣୁ ଏଥର ଯେପରି ଏଭଳି ବିଳମ୍ବ ନହେବ ସେନେଇ ବୈଠକରେ ଆଲୋଚନା ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *