ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଆଜି ସମ୍ପୃକ୍ତ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ବନ୍ୟା ପରିସ୍ଥିତିର ପ୍ରଭାବୀ ମୁକାବିଲା ପାଇଁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଜିଲ୍ଲା କଲେକ୍ଟରମାନଙ୍କୁ ସେମାନଙ୍କ ଜିଲ୍ଲାର ପରିସ୍ଥିତି ଆଧାରରେ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ରାଜ୍ୟର ବର୍ଷା ବିତ୍ପାତ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧାର ହେବ ବୋଲି ଆଶା କରାଯାଉଛି, ଯେତେବେଳେ ରାଜ୍ୟର ଦକ୍ଷିଣ ଏବଂ ପଶ୍ଚିମ ଭାଗରେ ପ୍ରବଳ ବର୍ଷାର ପ୍ରଭାବ ତୀବ୍ର ହେବାର ସମ୍ଭାବନା ଅଛି । Post navigation Flood Furry Across Odisha: ରାଜ୍ୟରେ ବନ୍ୟା ସ୍ଥିତି; ଭୟଭୀତ ନହେବାକୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ लोकसभा से पास हुआ एंटी पेपर लीक संशोधन बिल, वंदे मातरम बिल को राज्यसभा की मिली मंज़ूरी