ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଛଅ ଜଣ କାଉନସିଲରଙ୍କ ସହ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରଯୁକ୍ତ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତଥା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତଙ୍କ ଉପସ୍ଥିତି ରେ ଯୋଗଦାନ କରିଛନ୍ତି ।

ଏହି ଯୋଗଦାନ ଅଞ୍ଚଳେ ବିକାଶର ଧାରା କୁ ଗତିପ୍ରଦନ କରିବା ସହ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିକାଶ ର ଧାରା ପ୍ରବାହିତ ହେବ। ଏହି ମିଶ୍ରଣ ପର୍ବ ସତରେ ଅଞ୍ଚଳ ପାଇଁ ଅନେକ ଫଳପ୍ରଦ ହେବ।

ଏହି ମିଶ୍ରଣ ପର୍ବରେ ଖରୀଆର ରୋଡ ଅଧ୍ୟକ୍ଷା ସୋନିଆ ଜୈନ,ଖଡ଼ିଆଳ ରାଜା ଦେବ ଦେବ ସିଂ ଦେଓ ଏବଂ ଜିଲ୍ଲା ସଧାରଣ ସମ୍ପାଦକ ଅଜିତ ଚଲାନ, ତୁଲସ ପଟେଲ ,ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ ଓ ଖଡିଆଳ ବିଧାନସଭା ର ସମସ୍ତ ମଣ୍ଡଲ ସଭାପତି ଉପସ୍ଥିତ ରହିଛନ୍ତି।

Leave a Reply

Your email address will not be published. Required fields are marked *