ଶରଧାବାଲିରେ ୩ ରଥ । ଶରଧାବାଲିରେ ୱାନ ୱେ ଦର୍ଶନ ବ୍ୟବସ୍ଥା ନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି ଆସନ୍ତାକାଲି ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ବିଜେ ନୀତି । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସମ୍ମୁଖରୁ ଦର୍ଶନ କରି ଶରଧାବାଲି ବାଟେ ବାହାରିବେ ଶ୍ରଦ୍ଧାଳୁ । ଗତବର୍ଷର ଅଘଟଣକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଆପଣା ଯାଇଛି ।

ଏହା ସହ ଟାହିଆ ନ ଲାଗିବା ପ୍ରସଙ୍ଗରେ ଅରବିନ୍ଦ ପାଢୀ କହିଛନ୍ତି ମନ୍ଦିର ପ୍ରଶାସନର କୌଣସି ଭୂମିକା ନାହିଁ ।ଏହା ସମ୍ପୂର୍ଣ୍ଣ ଭାବେ ସେବକଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଟାହିଆର ଓଜନ ଅଧିକ ଥିବାରୁ ଏହାକୁ ବାଧ୍ୟ ହୋଇ ଖୋଲିବାକୁ ପଡ଼ିଲା।

Leave a Reply

Your email address will not be published. Required fields are marked *