ଉତ୍ତରାଖଣ୍ଡ ; ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଲା , ଭକ୍ତ ଓ ଭଗବାନଙ୍କ ମିଳନ ହେଲା । ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ ଖୋଲିଛି। । ହର ହର ମହାଦେବ ଧ୍ୱନି ରେ କମ୍ପିଲା ଗଗନ ପବନ । ପାରମ୍ପରିକ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲିଥିଲା । ପ୍ରାୟ ୬ମାସ ପରେ ଭକ୍ତଙ୍କ ପାଇଁ କେଦାରନାଥ ଧାମ ଖୋଲିଛି । ଏଥିପାଇଁ ମନ୍ଦିର ପରିସରକୁ ୪୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ପୁଷ୍କର ସିଂ ଧାମି କେଦାରନାଥ ଦର୍ଶନ କରି ଦେଶ ତଥା ରାଜ୍ୟର ସୁଖ ଓ ସମୃଦ୍ଧତା ଓ ସମସ୍ତ ଲୋକଙ୍କ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି। ବାବା କେଦାରଙ୍କ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ସ୍ୱାଗତ କରିଛନ୍ତି । ତେବେ ସକାଳେ ହଜାର ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ ।
କେଦାରନାଥ ଧାମ ସହ ଗଙ୍ଗୋତ୍ରୀ ଏବଂ ୟମୁନୋତ୍ରୀ ଦ୍ୱାର ମଧ୍ୟ ଆଜି ଖୋଲିଛି। ମଇ ୧୨ ରେ ବଦ୍ରିନାଥ ଧାମର ଦ୍ୱାର ଖୋଲିବ । ସୋନପ୍ରୟାଗରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଭକ୍ତ ଚାର ଧାମ ଯାତ୍ରା ପାଇଁ ପଞ୍ଜୀକୃତ ହୋଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *