ଝାରସୁଗୁଡ଼ାରେ ପହଞ୍ଚିବା ପରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଇସ୍ତଫା ଦାବି କରିଛନ୍ତି କଂଗ୍ରେସର ଯୁବ ନେତା କହ୍ନେୟା କୁମାର । ସେ କହିଛନ୍ତି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଫାଇଲ୍ରେ ପ୍ରଧାନମନ୍ତ୍ରୀ କାହିଁକି ଦସ୍ତଖତ କରୁ ନାହାନ୍ତି । ଜଣେ ମନ୍ତ୍ରୀଙ୍କୁ ବଦଳାଇବା ପାଇଁ ଏତେ ଆଗପଛ କାହିଁକି । ଏହା ସହ ସମ୍ବଲପୁରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବୁଧବାର NSUI ଏବଂ କଂଗ୍ରେସ ପକ୍ଷରୁ ବିଶାଳ ଆକ୍ରୋଶ ରାଲି ଓ ସମାବେଶ ଅନୁଷ୍ଠିତ ହୋଇଛି। Post navigation Odisha Police reviews Security arrangements for Debasnana Purnima in Puri Ananda Bajara, Patitapabana & Nilachakra Logo granted trademark Registration