ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଦାୟିତ୍ୱରେ ଦୀର୍ଘ ଦିନ ଅନୁପସ୍ଥିତି ପାଇଁ ଆଇଏଏସ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛନ୍ତି । ୨୦୨୫ ଜାନୁଆରି ୨୩ ତାରିଖରୁ ଗଭାଲି ବିନା ଅନୁମତିରେ ଡ୍ୟୁଟିରେ ଅନୁପସ୍ଥିତ ଅଛନ୍ତି । ତାଙ୍କର ଅନୁପସ୍ଥିତି ନିୟମର ଉଲ୍ଲଂଘନ ଏବଂ କାର୍ଯ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ଓରାମ ଚିଠିରେ ଦର୍ଶାଇଛନ୍ତି । Post navigation କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବିଜେଡି: ନବୀନ ପଟ୍ଟନାୟକ