ଭୁବନେଶ୍ୱର: ଓଡ଼ିଶାରେ କରୋନା ନୂଆ ଭାରଏଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ ହୋଇଛି।୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର ଏବଂ ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଭୁବନେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ୨ ଜଣ ଆକ୍ରାନ୍ତଙ୍କ କେରଳରୁ ଫେରିଥିଲେ।

ଗତ 24 ଘଣ୍ଟାରେ ଦେଶରେ 602 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 5 ଜଣ ମୁଣ୍ଡ ନେଇଛି କୋରୋନା ମହାମାରୀ । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 4ହଜାର 440ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି, ଗତକାଲି ଦେଶରେ 573 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପଡିଟିଭ ହାର ବୃଦ୍ଧି ପାଇଥିବା ବେଳ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା 602 ଜଣ ସଂକ୍ରମିତଙ୍କ ମଧ୍ୟରୁ 148 ଜଣ କର୍ଣ୍ଣାଟକର ହୋଇଥିବା କୁହାଯାଇଛି । ଅନ୍ୟପଟେ ଆଜି 5 ଜଣ କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ସେଥିରୁ ମଧ୍ୟ ଜଣେ କର୍ଣ୍ଣାଟକର ହୋଇଥିବା ତଥ୍ୟରେ ପ୍ରକାଶିତ ହୋଇଛି । ବିଜୟ ନଗରର 45 ବର୍ଷୀୟ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା କୁହାଯାଇଛି । ଗତ 24 ଘଣ୍ଟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 5,33,371ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଏବେ ସୁଦ୍ଧା ଦେଶରେ ମୋଟ 312 ଜଣ କୋରୋନାର ସବ ଭାରିଆଣ୍ଟ ଜେଏନ 1 ମାମଲା ରିପୋର୍ଟ ହୋଇଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କେବଳ କେରଳର ରହିଛନ୍ତି । ପ୍ରାୟ 47 ପ୍ରତିଶତ କେରଳର ହୋଇଥିବା ନେଇ ସରକାରୀ ତଥ୍ୟରେ ପ୍ରକାଶିତ ହୋଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ 10 ସ୍ଥାନକୁ ମାଡିଛି ଜେଏନ 1 ଭାରିଆଣ୍ଟ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *