ସମ୍ବଲପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ନିକଟରେ ଦୁର୍ଘଟଣା ପରେ ସୁସ୍ଥ ହୋଇଥିବା ଏହି ନେତା ପ୍ରଥମ ଥର ପାଇଁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥ ହେଉଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସମ୍ବଲପୁର ପ୍ରତି ବିଜେଡିର ଘୃଣାଭାବର ଏହା ପ୍ରତିଫଳନ।ସମ୍ବଲପୁର ପ୍ରତି ଘୃଣାଭାବ ଥିବାରୁ ଯାଜପୁର, ବରଗଡ଼ରୁ ଆଣି ପ୍ରାର୍ଥୀ କରୁଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *