ଆନ୍ଧ୍ରପ୍ରଦେଶ : ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ଜଗନ୍ ରେଡ୍ଡୀଙ୍କ ନାଁରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ଦାଦା ୱାଇ.ଏସ୍. ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ଲୋକେଶ ଆହୁରି ମଧ୍ୟ କହିଛନ୍ତି ଯେ ଜଗନଙ୍କ ନେତୃତ୍ୱାଧୀନ ୱାଇଏସ୍ଆରସିପି ସରକାର ତାଙ୍କ ପିତା ତଥା ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ୫୩ ଦିନ ଧରି କାରାଗାରରେ ବନ୍ଦୀ କରି ରଖିଛନ୍ତି ।
ଶ୍ରୀକାକୁଲମ୍ ଜିଲ୍ଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ଲୋକେଶ ଏହି କଥା କହିଛନ୍ତି । ଜଗନ୍ ରେଡ୍ଡୀ ନିଜର ଦାଦାଙ୍କୁ ହତ୍ୟା କରିବା ସହ ନିଜ ରାଜ୍ୟକୁ ସେ ଗଞ୍ଜେଇର ରାଜଧାନୀ କରିସାରିଛନ୍ତି । ଏପଟେ ଏକ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ କିଛି ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଥିବା ଓ ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ ଇଭିଏମ ମେସିନ ଭାଙ୍ଗିବାର ଦୃଶ୍ୟ ଭାଇରଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ନିର୍ବାଚନ ଆୟୋଗ ଏନେଇ ପୋଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳର ବିଧାୟକ ନିର୍ବାଚନ ହାରିଯିବା ଭୟରେ ଇଭିଏମ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିବା ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ ପାର୍ଟିର ମହାସଚିବ ନାରା ଲୋକେଶ ଅଭିଯୋଗ କରିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *