ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ‘ପ୍ରୋବା-୩’ ମିଶନକୁ ସଫଳତାପୂର୍ବକ ଲଞ୍ଚ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୯/ ପ୍ରୋବା-୩ ସଫଳ ଉତକ୍ଷେପଣ କରାଯାଇଛି । ବୁଧବାର ଅପରାହ୍ନ ୪ଟା ୦୪ ମିନିଟରେ ୟୁରୋପିଅ ସାଟେଲାଇଟ୍ ପ୍ରୋବା-୩ର ଉତକ୍ଷେପଣ ହୋଇଛି । ଏହି ମିଶନକୁ ବୈଷୟିକ ତ୍ରୁଟି କାରଣରୁ ଗତକାଲି ସ୍ଥଗିତ ରଖାଯାଇଥିଲା ।

ସୂଚନଯୋଗ୍ୟ; ପ୍ରୋବା-୩ ଇସ୍ରୋ ଦ୍ୱାରା ୟୁରୋପୀୟ ସ୍ପେଶ୍ ଏଜେନ୍ସୀ (ଇଏସ୍ଏ) ସହଯୋଗରେ ସକ୍ଷମ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡର ଏକ ଅଭିଯାନ । ଏହାର ଓଜନ ପ୍ରାୟ ୫୫୦ କିଲୋଗ୍ରାମ ରହିଛି । ପ୍ରୋବା-୩ ମିଶନ୍ ସୂର୍ଯ୍ୟଙ୍କ କରୋନା ଅଧ୍ୟୟନ କରିବ । ପ୍ରୋବା-୩ ସୂର୍ଯ୍ୟର ଆଭ୍ୟନ୍ତରୀଣ ବାୟୁମଣ୍ଡଳର ଫଟୋ ଉଠାଇବ, ସୂର୍ଯ୍ୟଙ୍କ କୋରୋନା, ସୂର୍ଯ୍ୟର ତାପମାତ୍ରା, ସୌର ଝଡ଼ ଆଦି ବିଷୟରେ ମଧ୍ୟ ତଥ୍ୟ ଏକାଠି କରିବ।

ପ୍ରୋବା-୩ର ନିର୍ମାଣରେ ଅନେକ ଦେଶର ଭାଗୀଦାରୀ ରହିଛି । ସ୍ପେନ୍, ପୋଲାଣ୍ଡ, ବେଲଜିୟମ୍, ଇଟାଲୀ ଏବଂ ସ୍ୱୀଜରଲ୍ୟାଣ୍ଡ ଭଳି ଦେଶ ସାମିଲ ରହିଛନ୍ତି । ଏଥିରେ ପ୍ରାୟ ୨୦୦ ମିଲିୟନ୍ ୟୁରୋ ଖର୍ଚ୍ଚ ହୋଇଛି । ଏହି ମିଶନ ଦୀର୍ଘ ଦୁଇ ବର୍ଷ ଧରି ଚାଲିବ । ଏହି ମିଶନର ଲକ୍ଷ୍ୟ ହେଉଛି ସଠିକ କନଫିଗ୍ରେସନ ଉଡ଼ାଣ ପ୍ରଦର୍ଶନ କରିବା। ଏହି ଅଭିଯାନରେ ଦୁଇଟି ମହାକାଶଯାନ ରହିଛି, ଯଥା କରୋନାଗ୍ରାଫ୍ ମହାକାଶଯାନ (ସିଏସସି) ଏବଂ ଓକଲଟର ମହାକାଶଯାନ (ଓଏସସି) ଯାହାକୁ ଏକାସାଙ୍ଗରେ ଏକ “ଷ୍ଟେକ୍ କନଫିଗ୍ରେସନ” (ଗୋଟିଏ ଅନ୍ୟଟି ଉପରେ) ରେ ଉତକ୍ଷେପଣ କରାଯିବ।

ପିଏସଏଲଭି ହେଉଛି ଏକ ଉତକ୍ଷେପଣ ଯାନ ଯାହା ମହାକାଶକୁ ଉପଗ୍ରହ ଏବଂ ଅନ୍ୟାନ୍ୟ ବିଭିନ୍ନ ପେଲୋଡ୍ ପରିବହନ କରିବାରେ ସାହାଯ୍ୟ କରେ କିମ୍ବା ଇସ୍ରୋର ଆବଶ୍ୟକତା ଅନୁଯାୟୀ। ଏହି ଉତକ୍ଷେପଣ ଯାନ ହେଉଛି ତରଳ ପର୍ଯ୍ୟାୟରେ ସଜ୍ଜିତ ଭାରତର ପ୍ରଥମ ଯାନ।

ସୂଚନଯୋଗ୍ୟ; ଇସ୍ରୋ ଏହା ପୂର୍ବରୁ ଦୁଇଟି ପ୍ରୋବା ମିଶନ୍ ଲଞ୍ଚ୍ କରି ସାରିଛି । ୨୦୦୧ରେ ପ୍ରଥମ ପ୍ରୋବା-୧ ଲଞ୍ଚ୍ କରାଯାଇଥିଲା । ୨୦୦୯ରେ ଦ୍ୱିତୀୟ ପ୍ରୋବା-୨ ମିଶନ୍ ଲଞ୍ଚ୍ ହୋଇଥିଲା । ଉଭୟ ମିଶନରେ ଇସ୍ରୋକୁ ସଫଳତା ମିଳିଥିଲା ।

Leave a Reply

Your email address will not be published. Required fields are marked *