ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ ଆଶିଷ ସିଂହ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏଥିନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି । ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଗଠିତ ହୋଇଛି।

ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ ବୁକ ହୋଇଥିବା ଜଣାଯାଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *