cholera outbreak

ରାଉରକେଲା: ନିକଟରେ ରାଉରକେଲାରେ ବ୍ୟାପିଥିଲା ହଇଜା । ୱାଟକୋ ଲୋକଙ୍କୁ ଯୋଗାଉଥିବା ଗୋଳିଆ ସହ ଦୂଷିତ ପାଣି ଯୋଗୁଁ ପ୍ରଥମେ ଝାଡାବାନ୍ତି ପରେ ଏହା ହଇଜାର ରୂପ ନେଇଥିଲା । ଆଉ ହଇଜାରେ ସରକାରୀ ସ୍ତରରେ ୬ ଜଣଙ୍କର ଜୀବନ ଯାଇଛି । ହଇଜାର କାରଣ ଖୋଜିବା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ (RGH) ପହଞ୍ଚି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍ ।

ସୂଚନା ଅନୁଯାୟୀ, ରାଉରକେଲାରେ ପହଞ୍ଚିଲେ ଅନ୍ୟ ଏକ କେନ୍ଦ୍ରୀୟ ଟିମ୍ । କୋଲକାତାରୁ ଆସିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ । ସୋମବାର ଭୁବନେଶ୍ବରରୁ ଯାଇଥିଲେ ତିନି ଜଣିଆ କେନ୍ଦ୍ରୀୟ ଟିମ୍ । RGHରେ ସ୍ଥିତି ସମୀକ୍ଷା କରୁଛନ୍ତି ଦୁଇ କେନ୍ଦ୍ରୀୟ ଟିମ୍‌।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, RGH ନିର୍ଦ୍ଦେଶକ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଅଶୋକ ପାଇକରାୟ, RGH ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ବେଡ୍ ବୁଲି ଡାକ୍ତରଖାନାରେ କିଛି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ମଙ୍ଗଳବାର ଏହି ଟିମ୍ ହଇଜା ବ୍ୟାପିଥିବା ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ସହ ଚିହ୍ନଟ ହୋଇଥିବା ୬ଟି ହଟ୍ ସ୍ପଟ୍ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *