ନୂଆଦିଲ୍ଲୀ:ଦେଶରେ କୋଭିଡ -୧୯ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏହା ସହିତ, କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ସଂକ୍ରମଣର ମାମଲା ମଧ୍ୟ ବୃଦ୍ଧି ପାଉଛି । ଆଜି JN-1 ମାମଲାର ମୋଟ ସଂଖ୍ୟା ୧୯୬ ରେ ପହଞ୍ଚିଛି । INSACOG ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯୬ ଟି କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ମାମଲା ଚିହ୍ନଟ ହୋଇଛି ।

INSACOG ସୂଚନା ଅନୁଯାୟୀ, ଓଡିଶାରେ ମଧ୍ୟ ନୂଆ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହା ସହିତ ଓଡିଶା ସେହି ରାଜ୍ୟରେ ଗୁଡ଼ିକରେ ସାମିଲ ହୋଇଛି ଯେଉଁଠାରେ ଜେଏନ-୧ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଏହି ଭାରିଆଣ୍ଟ ସଂକ୍ରମଣ କଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ସର୍ବାଧିକ ୮୩ ଟି JN-1 ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୋଆରେ ୫୧, ଗୁଜୁରାଟରେ ୩୪, କର୍ଣ୍ଣାଟକରେ ୮, ମହାରାଷ୍ଟ୍ରରେ ୭, ରାଜସ୍ଥାନରେ ୫, ତାମିଲନାଡୁରେ ୪, ତେଲେଙ୍ଗାନାରେ ୨ ଏବଂ ଓଡିଶା ଏବଂ ଦିଲ୍ଲୀରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି ।

ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୪,୩୯୪ କୁ ବୃଦ୍ଧି ପାଇଛି । କୋଭିଡ ଯୋଗୁଁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଦୁଇଜଣ କେରଳର ହୋଇଥିବା ବେଳେ ଜଣେ ତାମିଲନାଡୁର ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *