ସମ୍ୱଲପୁରର ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍ । ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ । ଉପରମୁଣ୍ଡରେ କ୍ରମାଗତ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୩ଟି ଏବଂ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏହି ପଦକ୍ଷେପ ପରେ ମହାନଦୀର ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କତା ଜାରି କରାଯାଇଛି । ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ମୋଟ ୧୦ଟି ଗେଟ ଖୋଲାଯାଇଥିଲା । ଏହା ପରେ ଜୁଲାଇ ୧୪ ତାରିଖରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା । ତେବେ ହୀରାକୁଦର ଜଳସ୍ତର ପୁନର୍ବାର ବୃଦ୍ଧି ପାଇଥିବାରୁ ଆଜି ପୁଣି ୪ଟି ଗେଟ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । Post navigation Puri Gundicha Temple: ଆଜିଠୁ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ Sonam Wangchuk Row: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ