ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ ପରିବାର ଇଚ୍ଛା ବିରୁଦ୍ଧରେ ଚିକିତ୍ସା ହେଉଛି। ସରକାରୀ ହସ୍ପିଟାଲକୁ ବିଶ୍ୱାସ ନାହିଁ, ପସନ୍ଦର ହସ୍ପିଟାଲ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ସୂଚନା ଅନୁଯାୟୀ; ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ହସ୍ପିଟାଲର ଜରୁରୀକାଳୀନ କୋଠାର ୮ମ ମହଲାରେ ରଖାଯାଇଛି, ଯେଉଁଠାରେ ଦିଲ୍ଲୀ ପୋଲିସ କଡ଼ା ନଜର ରଖିଛି। ଏହି ସମୟରେ ସଫଦରଜଙ୍ଗ ହସ୍ପିଟାଲ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି। ହସ୍ପିଟାଲ ଅନୁଯାୟୀ, ସୋନମ ୱାଙ୍ଗଚୁକଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାରାମିଟର ବର୍ତ୍ତମାନ ସ୍ଥିର ଅଛି, କିନ୍ତୁ ତାଙ୍କ ରକ୍ତ ପାରାମିଟର ଏବେ ବି ସ୍ୱାଭାବିକ ଠାରୁ ଟିକେ କମ୍ ଅଛି। Post navigation Hirakud Dam Opens: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍ Naveen Demands Parliament Debate On Paper Leak: ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା; ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ନବୀନ