ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ଘଟଣାରେ କୁଖ୍ୟାତ କାନାଡାର ଗ୍ୟାଙ୍ଗଷ୍ଟର ତଥା ପ୍ରାଥମିକ ସନ୍ଦିଗ୍ଧ ଗୋଲ୍ଡି ବ୍ରାର ଜୀବନ୍ତ ଥିବା ଜଣାଯାଇଛି। ଆମେରିକା ପୋଲିସ ଏକ ଗୁଜବ ଓ ମିଥ୍ୟା ବୋଲି କହିଛି। ଏହାପୂର୍ବରୁ ଆମେରିକାର ନ୍ୟୁଜ୍ ଚ୍ୟାନେଲଗୁଡିକର ଏକ ଭାରତୀୟ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଆମେରିକାର କାଲିଫର୍ନିଆର ଫେୟାରମେଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରାରଙ୍କୁ ଆକ୍ରମଣ କରାଯାଇଥିଲା। ତେବେ କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ ବୁଧବାର ଏହି ରିପୋର୍ଟକୁ ଅସ୍ୱୀକାର କରିଛି। ଗୁଳି ବିନିମୟରେ ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର। ସୂଚନାଯୋଗ୍ୟ, ବୁଧବାର ଗୋଲ୍ଡି ବ୍ରାରଙ୍କ ମୃତ୍ୟୁ ଖବର ଆସିବା ପରେ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲା ଏବଂ ଲଖବୀର ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲେ।

ଫ୍ରେସ୍ନୋ ପୋଲିସ ବିଭାଗର ଲେପ୍ଟେନାଣ୍ଟ ଓ୍ବିଲିୟମ ଜେ ଡୁଲେ କହିଛନ୍ତି, ଅନଲାଇଡ଼ ଚାଟ କରାଣରୁ ଦାବି କରାଯାଇଛି କି ଗୁଳିର ଶିକାର ହୋଇଛନ୍ତି ଗୋଲ୍ଡି ବ୍ରାର। ଆମେ ସ୍ପଷ୍ଟ କରୁଛୁ ଯେ ଏହା ସତ୍ୟ। ସେ କହିଛନ୍ତି ଯେ ସୋସିଆଲ ମିଡିଆ ତଥା ଅନଲାଇନ ନ୍ୟୁଜ ଏଜେନ୍ସିରେ ସୂଚନା ବିସ୍ତାର ହେତୁ ଆମେ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରଶ୍ନ ଗ୍ରହଣ କରିଛୁ। ଏହି ଗୁଜବ କିଏ ଆରମ୍ଭ କଲା ଆମେ ଜାଣିନାହୁଁ, କିନ୍ତୁ ଏହା ବନାଗ୍ନୀ ପରି ବ୍ୟାପିଗଲା। କିନ୍ତୁ ଏହା ସତ୍ୟ ନୁହେଁ।
ଆକ୍ରମଣ ହୋଇଥିବା ଦୁଇଜଣଙ୍କୁ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରି ନାହିଁ, ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଦ୍ୱିତୀୟ ବ୍ୟକ୍ତି ଚିକିତ୍ସା ପରେ ଡାକ୍ତରଖାନାରୁ ମୁକ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *