ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସହାୟତା ପ୍ୟାକେଜ୍ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସଆରସିଙ୍କ ପକ୍ଷରୁ ପ୍ରକାଶିତ ରିଲିଫ୍ ତାଲିକାରେ କେବଳ ୨ଟି ଜିଲ୍ଲାକୁ ସ୍ଥାନ ଦିଆଯାଇଥିବା ବେଳେ ବାତ୍ୟା ଦ୍ୱାରା ପ୍ରଭାବିତ ଗଜପତି ଜିଲ୍ଲାକୁ ଏଥିରୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। ସେ କହିଛନ୍ତି ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ ପ୍ୟାକେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ। ହେଲେ ଏସଆରସିଙ୍କ ପ୍ରେସ୍ ବିଜ୍ଞପ୍ତିରେ କେବଳ ୨ଟି ଜିଲ୍ଲା ଦର୍ଶାଯାଇ ଗଜପତି ଜିଲ୍ଲାକୁ ବାଦ୍ ଦିଆଯାଇଛି। ଏପରିସ୍ଥଳେ ରିଲିଫ୍ ତାଲିକାରୁ ଏକ ମୁଖ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ବାଦ ପଡ଼ିବା ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷକୁ ବଢ଼ାଇ ଦେଇଛି। ଏହି ପରିପ୍ରେକ୍ଷୀରେ ତୁରନ୍ତ ଏସଆରସିଙ୍କ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଗଜପତି ଜିଲ୍ଲାକୁ ସହାୟତା ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ହୋଇଛି।

ଅନ୍ୟପକ୍ଷରେ, ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଭିଯୋଗର ଉତ୍ତରରେ ଏସ.ଆର୍.ସି. ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଜପତି ସମେତ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *