ଜଳେଶ୍ୱର : ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।

ସୂଚନା ଅନୁଯାୟୀ, ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତ କିଛି ଦିନ ତଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ଶନିବାର ସକାଳେ ଆସିଛି ଦୁଃଖଦ ଖବର । ଚିକିତ୍ସାଧୀନ ଅବସ୍ଥାରେ ଜୟନାରାୟଣଙ୍କ ପରଲୋକ ହୋଇଯାଇଛି ।

୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପରେ ସେ ରାଜନୀତିରେ କରିଥିଲେ ଏଣ୍ଟ୍ରି । ଜୟନାରାୟଣ ଜଳେଶ୍ୱରରୁ କ୍ରମାଗତ ଭାବେ ୨ ଥର (୧୯୯୫,୨୦୦୦ ବର୍ଷ) କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ କଂଗ୍ରେସର ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ। ପରେ ଜୟନାରାୟଣ ୨୦୧୯ରେ ବିଜେପିରେ ସାମିଲ ହୋଇଥିଲେ। ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପରାଜିତ ହୋଇଥିଲେ ଜୟନାରାୟଣ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ବିଜୟ ହୋଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *