କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଥିବା ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ମାରାଥାନ ଜେରା କରାଯାଇଛି। ଘଟଣା ପରଠୁ ଦେବେନ୍ଦ୍ର ଫେରାର ଥିବା ବେଳେ ଆଜି ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି। ଟାଉନ ଥାନାରେ ଏସଡିପିଓ ଡିଏଫଓଙ୍କୁ ଜେରା କରିଥିବା ସୂଚନା ମିଳିଛି। କୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିବା ପରେ ଦେବେନ୍ଦ୍ର ଜେରା ପାଇଁ ହାଜର ହୋଇଥିଲେ। ତେବେ ତଦନ୍ତରେ ସହଯୋଗ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ପରେ ଦେବେନ୍ଦ୍ରଙ୍କୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ ମୃତ ସଞ୍ଜୟଙ୍କ ପତ୍ନୀ। ଏଥିସହ ସଞ୍ଜୟଙ୍କ ଭାଇ ମଧ୍ୟ ଅଭିଯୋଗ ଆଣିଥିଲେ। ଏପରିକି ସଞ୍ଜୟଙ୍କ ସୁଇସାଇଡ ନୋଟ୍ରୁ ଡିଏଫଓ ତାଙ୍କୁ ପିସି ଆଣିବା ପାଇଁ ଧମକ ଦେଉଥିବା ଜଣାପଡିଥିଲା। Post navigation କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ; ବୟସସୀମା କୋହଳ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ