ଲଗାଣ ବର୍ଷାରେ ଉବୁଟୁବୁ ଓଡ଼ିଶା। ବାଲେଶ୍ୱର ଠାରୁ ଆରମ୍ଭ କରି ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝରରେ ଜଳ ବିଭୀଷିକା ଦେଖିବାକୁ ମିଳିଛି । ବନ୍ୟାରେ ରାଜ୍ୟର ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର (SRC)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ବରର ୧୨, ଭଦ୍ରକର ୫, ଢେଙ୍କାନାଳର ୮ଟି ବ୍ଲକ, ଯାଜପୁରର ୩, ମୟୂରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ୍ ପ୍ରଭାବିତ ହୋଇଛି । ମୋଟ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ନେଇ ସୂଚନା ମିଳିଛି। ଏଥିସହିତ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଢେଙ୍କାନଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପଟେ ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋରଦାର ଅଭିଯାନ ଚାଲିଛି । ଏପର୍ଯ୍ୟନ୍ତ ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ମାନବୀୟ କ୍ଷତି ମଧ୍ୟ ହୋଇଛି । Post navigation Odisha CM Begins 4-Day Delhi Visit: ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ