ରାଜ୍ୟରେ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେଉଁ ସବୁ ସ୍ଥାନରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ ହୋଇସାରିଛି, ସେହି ଅଞ୍ଚଳଗୁଡ଼ିକରେ ପ୍ରାଥମିକ ଭାବେ ଏହି କ୍ଷୟକ୍ଷତି ଆକଳନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଏହି କାର୍ଯ୍ୟରେ କୃଷି ଓ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ନିମ୍ନମତେ ସହାୟତା ରାଶି ଘୋଷଣା କରାଯାଇଛି ।ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି, ସେମାନଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ଆଂଶିକ ଭାବେ କଞ୍ଚା ଘର ଭାଙ୍ଗିଥିଲେ ୪ ହଜାର ଟଙ୍କା ମିଳିବ। ବନ୍ୟା ଯୋଗୁଁ କୁଡ଼ିଆ ଘର ଭାଙ୍ଗିଥିଲେ ୮ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ।ନଏଥିସହିତ ଚାଷୀମାନଙ୍କ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ ୨୨ ଟି ଜିଲ୍ଲାର ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଜିଲ୍ଲାଗୁଡ଼ିକର ୮୫ ଟି ବ୍ଲକ ଏବଂ ୧୪୫୮ ଟି ଗାଁ ବନ୍ୟା ପାଣି ଘେରରେ ରହିଛି। Post navigation CM Seeks UNESCO Heritage Tag for Ratha Jatra: ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ President Murmu Unveils Statue of Utkalmani Gopabandhu Das at Lajpat Bhawan in New Delhi