ଓଡ଼ିଶା, ପଞ୍ଜାବ, ଚଣ୍ଡିଗଡ ର ୧୯ଟି ସ୍ଥାନରେ ED ଗୋଲ୍ଡେନ ଲ୍ୟାଣ୍ଡ ଡେ ଭେଲପରସ ଉପରେ ଗତ ୮ ତାରିଖ ରେ ରେଡ କରିଥିଲା। CBI ର FIR ଆଧାରରେ ED ରେଡ କରିଥିଲା। ଏହି କମ୍ପାନୀ ଅନେକ ବେଆଇନ ରିଅଲ ଇଷ୍ଟେଟ କାରବାର କରିଥିଲା। ସାଧାରଣ ଲୋକଙ୍କ ଠାରୁ ରବି, ROC ଅନୁମତି ନ ଥାଇ ଜମି ଓ ଘର ଦେବ କହି ଠକିଥିବା ଜଣାପଡିଛି।

ଏହି ମାମଲାରେ 43.48ଲକ୍ଷ ନଗଦ କ୍ୟାସ ଓ ୬୪.୩୨ ବ୍ୟାଙ୍କ ଡିପୋଜିଟ ସହ ଏକ ଫର୍ତୁନର ଗାଡ଼ି ଜବତ କରିଛି ଯାହାର ମୂଲ୍ୟ ୩୫ଲକ୍ଷ ହେବ। ସେହିଭଳି ୧୫୦୦ ଏକର ଜମିର କାଗଜ ପତ୍ର ମଧ୍ୟ ଜବତ କରିଛି। କିଛି ଗୁରୁତ୍ଵ ପୁର୍ଣ୍ଣ ଡିଜିଟାଲ ପ୍ରମାଣ ମଧ୍ୟ ପାଇଛି।

ଗତକାଲି ଦିନତମାମ ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ରହିଥିବା ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଦିନତମାମ ଚଢ଼ାଉ ଜାରି ରହିଥିବା ବେଳେ ଆଖି ଖୋସି ହେଲାଭଳି ଟଙ୍କା ଜବତ ହୋଇଛି । ବେଆଇନ ଆର୍ଥିକ କାରବାର ହୋଇଥିବା ନେଇ ଅନୁମାନ କରିବା ସହ ବିଭିନ୍ନ ଆକାଉଣ୍ଟକୁ ଯାଞ୍ଚ କରାଯାଇଥିଲା । ବହୁ ପରିମାଣର ଅର୍ଥ ରହିଥିବା ଆକାଉଣ୍ଟକୁ ସିଜ କରିଛି ଇଡି ।

ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ଚଢ଼ାଉ ଶେଷ ହୋଇଥିବା କୁହାଯାଉଥିବା ବେଳେ ଏହି ଟଙ୍କା କେଉଁଠି ବିନିଯୋଗ ହେଉଥିଲା ତାର ଅଧିକ ଖୋଳତାଡ କରୁଛି ଇଡି । ଗୁରୁବାର ଓଡ଼ିଶାର 10ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଦେଶର ପ୍ରାୟ 20 ଗୋଟି ସ୍ଥାନରେ ଏକ ସଙ୍ଗେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଚଢ଼ାଉ ପରେ ଇଡି କେଉଁ ପ୍ରକାର ସୂଚନା ଦେଇଛି ତାହା ଦେଖିବାକୁ ବାକି ରହିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *