ଭୁବନେଶ୍ୱର : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ଦାଇତ୍ୱ ନେଲେ ଡ଼. ନୀଳକଣ୍ଠ ମିଶ୍ର । ଦାଇତ୍ୱ ନେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, “ପୂର୍ବରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୃଢ଼ ଭାବରେ ଅନେକ ରୋଗ ଉପରେ ମୁକାବିଲା କରାଯାଇଛି । ଭାରତ ସରକାରଙ୍କର ପାଖାପାଖି ୨୮ଟି କାର୍ଯ୍ୟକ୍ରମ ରହିଛି । ଯାହା ସମସ୍ତ କାର୍ଯ୍ୟକ୍ରମକୁ କିଭଳି ଭାବରେ ସୁରୁଖୁରୁରେ ମୁକାବିଲା କରାଯିବ ସେନେଇ ମଧ୍ୟ ଧ୍ୟାନ ଦିଆଯାଉଛି । ଏହା ପୂର୍ବରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ନିରଞ୍ଜନ ମିଶ୍ର କାର୍ଯ୍ୟଭାର ସମ୍ଭାଳି ଥିଲେ ।
ସୂଚନା ଅନୁଯାୟୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ଗତକାଲି(ଶୁକ୍ରବାର) ନିଯୁକ୍ତି ହୋଇଛନ୍ତି ନୀଳକଣ୍ଠ ମିଶ୍ର । ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ରହିଥିଲେ । ରାଜ୍ୟରେ ରକ୍ତ ସଙ୍କଟ ଦୂର କରିବା ପ୍ରତିଟି ହସ୍ପିଟାଲରେ ରକ୍ତର ଅଭାବକୁ ପୂର୍ଣ୍ଣ କରିବା ସମେତ ସିକଲ ସେଲ ରାଜ୍ୟରେ କିଭଳି ଭାବରେ ଅଧିକରୁ ଅଧିକ ଟେଷ୍ଟ କରାଯିବ ରୋଗୀ ଚିହ୍ନଟ ହେବେ । ସେନେଇ ମଧ୍ୟ ସଫଳତାର ସହିତ ମୁକାବିଲା କରିଛନ୍ତି । ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟକାରୀ ଆସୁଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଦେଶକ ଭାବରେ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ସମୟରେ ରାଜ୍ୟରେ ଖରା ବଢୁଛି ଅଂଶୁଘାତ । ଏହା ସହ ଜନ ଧାରଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢିବାର ସମ୍ଭାବନା ରହିଛି । ଯାହାକୁ ମଧ୍ୟ ମୁକାବିଲା କରିବା ପାଇଁ ଯଥାସମ୍ଭବ କାର୍ଯ୍ୟକ୍ରମ ହାତକୁ ନେବୁ । ଏହା ସହ ଆଗକୁ ବର୍ଷ ଋତୁ ପୂର୍ବରୁ ଡେଙ୍ଗୁ ଓ ମାଲେରିଆ ଚିନ୍ତା ରହିଛି । ତାହାକୁ ମଧ୍ୟ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ଲୋକମାନଙ୍କର ଯେଭଳି ଭାବରେ ଡେଙ୍ଗୁରେ ମୃତ୍ୟୁ ନହୁଏ ଅଧିକରୁ ଅଧିକା ସଚେତନତା ବୃଦ୍ଧି ପାରିବ ସେନେଇ ଲୋକମାନଙ୍କୁ ନେଇ ସଚେତନତା କରାଯିବ । ଲୋକମାନଙ୍କର ଉପଯୁକ୍ତ ଚିକିତ୍ସା ହେବ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।

By SonaliP

Leave a Reply

Your email address will not be published. Required fields are marked *