ସାଧାରଣ ଜନତାଙ୍କ ଉପରେ ପୁଣି ମହଙ୍ଗା ମାଡ । ଦେଶରେ  ବଢ଼ିଲା ଘରୋଇ ଏଲପିଜି (LPG) ସିଲିଣ୍ଡରର ଦାମ୍ । ୨୪ କେଜି ସିଲିଣ୍ଡର ରେଟ୍ ୨୯ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ବୃଦ୍ଧି ପରେ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦାମ ୯୩୯ରୁ ବଢି ୯୬୮ ଟଙ୍କାକୁ ବୃଦ୍ଧି ଘଟିଛି । ଗତ ମାର୍ଚ୍ଚ ୭ରେ ଏହାର ଦର ୬୦ ଟଙ୍କା ବୃଦ୍ଧି ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ କ୍ରମାଗତ ଅସ୍ଥିରତା ଏବଂ ସରକାରୀ ତୈଳ କମ୍ପାନୀଗୁଡ଼ିକ ଉପରେ ପଡ଼ୁଥିବା ଆର୍ଥିକ ଚାପକୁ କମାଇବା ପାଇଁ ଏହି ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ଦର ବୃଦ୍ଧି ପରେ ଘରୋଇ ଗ୍ୟାସ ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ବିଶ୍ୱସ୍ତରରେ ଇରାନ ଯୁଦ୍ଧ କାରଣରୁ ଯୋଗାଣରେ ସମସ୍ୟା ଦେଖାଦେଇଥିଲେ ସୁଦ୍ଧା ଏହା ପୂର୍ବରୁ ଘରୋଇ ଗ୍ୟାସ୍ ଦାମ୍ ବଢ଼ାଯାଇନଥିଲା। ଗତ ମାର୍ଚ୍ଚ ୭ରେ ଏହାର ଦର ୬୦ ଟଙ୍କା ବୃଦ୍ଧି ହୋଇଥିଲା । ଆଜି ଦର ବୃଦ୍ଧି ପରେ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ୯୬୮ ଟଙ୍କା ଛୁଇଁଛି। ପୂର୍ବରୁ ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୩୯ ଟଙ୍କା ଥିଲା।

ରାଜଧାନୀ ନୂଆଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି।

 

Leave a Reply

Your email address will not be published. Required fields are marked *