ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଏ ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡିକୁ ମାଡ଼ିଲାଣି। ଏବେ ସୁଦ୍ଧା ଡିପଥେରିଆରେ ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଛନ୍ତି। ଡିପଥେରିଆରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଏହା ଏକ ଜୀବାଣୁ ବାହିତ ରୋଗ। ଟିକାକରଣ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି କହିଛନ୍ତି ପୂର୍ବତନ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଡିପ୍‌ଥେରିଆ ରୋଗ କେବଳ ମଣିଷଙ୍କ ଦେହରେ ଦେଖା ଦେଇଥାଏ । ଏହି ରୋଗ ହେଲେ କାଶ, ଛିଙ୍କ, ଗଳା ଫୁଲିବା ଭଳି ଲକ୍ଷଣ ଦେଖାଦିଏ ।

Leave a Reply

Your email address will not be published. Required fields are marked *