ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବା ପୂର୍ବରୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ମା’ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ବ୍ୟବଧାନ ପରେ ଲୋକସଭା ନିର୍ବାଚନ ଲଢୁଛନ୍ତି । ଏହା ପୂର୍ବରୁ ସେ ବାରମ୍ବାର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ସାଂସଦ ଭାବେ ଚୟନ ହେଉଥିଲେ । କିନ୍ତୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଥିଲେ।

Leave a Reply

Your email address will not be published. Required fields are marked *