ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ରେଞ୍ଜ ଆଇଜି ପଦବୀରୁ ହଟାଇ ଦିଆଗଲା। ତଥାପି ତାଙ୍କ ଆଚରଣରେ ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ। ବେଧଡକ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନାକତଳେ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରୁ ନିଜର ରାଜନୈତିକ କାର୍ଯ୍ୟକଳାପ ସେ ଜାରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ତାଙ୍କ ହେପାଜତରେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡିର ନଗଦ କଳା ଟଙ୍କା ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ନିମନ୍ତେ ପୋଲିସ କଳର ଦୁରୁପଯୋଗ ଚାଲିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଟେଲିଫୋନ ଯୋଗେ ପ୍ରତିପକ୍ଷଙ୍କୁ ଧମକ ଚମକ ଦେବା ଅଭିଯୋଗ ମଧ୍ୟ ଅଛି ତାଙ୍କ ବିରୁଦ୍ଧରେ। ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଏ ସମ୍ବନ୍ଧୀୟ ପ୍ରମାଣ ଦେଇଛି।

By Nirvay

Leave a Reply

Your email address will not be published. Required fields are marked *