ଧର୍ମଗଡ଼: କେନାଲରୁ ଉଦ୍ଧାର ହେଲା JEଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ। ମିଳିଥିବା ସୂଚନା ଗତକାଲି JE ଭବାନୀଶଙ୍କର ଅଫିସ ଯାଇ ଘରକୁ ଫେରିନଥିଲେ। ଆଉ ଶୁକ୍ରବାର ସକାଳୁ କେନାଲରେ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ତାଙ୍କ ମୃତଦେହ ନିକଟରୁ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ମିଳିଥିବାବେଳେ ଘଟଣାସ୍ଥଳରୁ ତାଙ୍କ ବାଇକ୍‌ ମଧ୍ୟ ଜବତ ହୋଇଛି । ସେ କୁସୁମଖୁଣ୍ଟି ଡିଭିଜନରେ କାମ କରୁଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *