ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ସକାଳ ୫ଟା ୩୦ ମିନିଟ୍ରେ ଏହା ଅବପାତର ରୂପ ନେଇଛି । ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ୧୭ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହି ଅବପାତ ପୋର୍ଟ ବ୍ଲେୟାରଠାରୁ ୭୦୦ କିଲୋମିଟର, ଚେନ୍ନାଇଠାରୁ ୮୬୦ କିଲୋମିଟର, ବିଶାଖାପାଟଣାଠାରୁ ୧,୦୪୦ କିଲୋମିଟର ଏବଂ ଗୋପାଳପୁରଠାରୁ ୧,୧୬୦ କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଏଥିସହ ଯେଉଁ ମତ୍ସ୍ୟଜୀବୀମାନେ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ଆଜି ସୁଦ୍ଧା କୂଳକୁ ଫେରି ଆସିବାକୁ ଚେତାବନୀ ଦିଆଯାଇଛି । Post navigation Yoga Mahotsav Samiti: ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ମହୋତ୍ସବ ସମିତିର ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ