ଢେଙ୍କାନାଳ ଜିଲ୍ଲାର ଜଣାଶୁଣା ଯୁବ ସମାଜସେବୀ, ସୂଚନା ଅଧିକାର କର୍ମୀ ତଥା ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ପ୍ରିୟବ୍ରତ ଗଡନାୟକଙ୍କ ଉପରେ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ ହୋଇଥିବା ଖବର ଆସିଛି ।

ପ୍ରିୟବ୍ରତ ଗଡନାୟକ ଦୁର୍ନୀତି, ଅନିୟମିତତା ଓ ସରକାରୀ ବିଭାଗର ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ଢେଙ୍କାନାଳ ସହରର ମହିଷାପାଟ ଛକ ନିକଟରେ ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କ ଗାଡ଼ି ଅଟକାଇ ହଠାତ୍ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ପ୍ରିୟବ୍ରତଙ୍କ ମୁହଁ, ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *