ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ଭିତରକନିକା ଓ ଧମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଥିବା ବେଳେ ବାତ୍ୟା ‘ଦାନା’ ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ଜାରି ହୋଇଛି । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା।

ଏହା ସହ ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ବର୍ଷିବ। ୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିଥିବା ବେଳେ ୨୬ରୁ କମିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା।

Leave a Reply

Your email address will not be published. Required fields are marked *