ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳର କର୍ଫ୍ୟୁ ସମୟକୁ ଆଧିକ କୋହଳ କରାଯାଇଛି।

ଶନିବାର ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲାପାଳ ଠାକରେ କହିଛନ୍ତି ସହରରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ସେଥିପାଇଁ ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଗଲା ।ଏଥିସହ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କର୍ଫ୍ୟୁ କୋହଳ ସମୟ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ଉପରେ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି।

ଅନ୍ୟପଟେ ଲ୍ୟାଣ୍ଡଲାଇନ ଜରିଆରେ ବ୍ରଡ୍ ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି। ତେବେ ପରିସ୍ଥିତିକୁ ଓ ଗୁଜବକୁ ଲକ୍ଷ କରି ମୋବାଇଲ ଇଣ୍ଟରନେଟ ସେବା ଉପରେ ଅଙ୍କୁଶ ଜାରି ରହିଛି।

Leave a Reply

Your email address will not be published. Required fields are marked *