ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁକୁ ଆଉ ୨ ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ କରାଯିବ। ଏହି ସମୟରେ ଲୋକେ ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କର୍ଫ୍ୟୁ କୋହଳ ହେବ। ଏନେଇ ଜିଲ୍ଲାପାଳ ଏକ୍ସ(ଟ୍ବିଟର) ଜରିଆରେ ସୂଚନା ଦେଇଛନ୍ତି।

ତେବେ କଟକଣା ଲାଗିଥିବା ସମୟରେ କୌଣସି ବ୍ୟକ୍ତି ନିଜ ଘର ଛାଡି ପାରିବେ ନାହିଁ କିମ୍ବା ପାଦରେ କିମ୍ବା ଯାନବାହାନରେ ଯାତ୍ରା କରିବେ ନାହିଁ କିମ୍ବା ଉପରୋକ୍ତ ସମୟ କୌଣସି ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ ଛିଡା ହୋଇ ପାରିବେ ନାହିଁ।

ଅନ୍ୟପଟେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଏବଂ କଲେଜଗୁଡିକ ୨୧ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବନ୍ଦ ରହିବ। କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *