ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ। ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି। ସେ ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର ଦାୟିତ୍ୱ ତୁଲାଇବେ ଶ୍ରୀ ମହତାବ। କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ୭ ଥର ଲୋକସଭାକୁ ନିର୍ବାଚିତ ହୋଇସାରିଲେଣି । ୨୦୨୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ୫୭ ହଜାର ୭୭ ଭୋଟରେ ପରାସ୍ତ କରିଥିଲେ।

 

Leave a Reply

Your email address will not be published. Required fields are marked *