ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି। ବିରୋଧୀ ଦଳ ବହୁ ପରିମାଣରେ ଏହାକୁ ବିରୋଧ କରିଛନ୍ତି। ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ଆଜି ଏହାକୁ ବିରୋଧ କରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ଅର୍ପଣ ରଥ ଏବଂ ଟ୍ରକ୍ ଉପରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିର ଶୋଭାଯାତ୍ରା ନିନ୍ଦନୀୟ। ବିଜେଡି କର୍ମୀମାନେ ଅର୍ପଣ ଚାଉଳରେ ଭୋଜି କରୁଛନ୍ତି। ସେମାନେ ଭଗବାନ ଜଗନ୍ନାଥଙ୍କୁ ଭିକାରୀରେ ପରିଣତ କରିଛନ୍ତି। ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି। କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଗୋମାଂସ ଖାଉଥିବା ବ୍ୟକ୍ତିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଅନୁମତି କିଏ ଦେଇଥିଲା।

ମନ୍ଦିର ପାଖରେ ନିର୍ମାଣ ହୋଇଥିବା ଶୌଚାଳୟକୁ ନେଇ ମଧ୍ୟ ସେ ବିରୋଧ କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ଶୌଚାଳୟ ପାଇଁ ଗୁଆ ଓ ଚାଉଳ ଜନସାଧାରଣଙ୍କଠୁ ଆଦାୟ କରାଯାଉଥିଲା? ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ‘ମନ୍ଦିରରେ ପାଣି ଗଳୁଛି, କିପରି ମରାମତି ହେବ ଚିନ୍ତା କଲେ ଭଲ ହେବ’ – ‘କାନ୍ଥରେ ଚିତ୍ର କରି ମହାପ୍ରଭୁଙ୍କ ଗାଥାଗାନ କରୁଛନ୍ତି, ଏ ଆସ୍ପର୍ଦ୍ଧା ଦେଲା କିଏ’?

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *