ଆଗକୁ ଆସୁଛି ହୋଲି। ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ରେଞ୍ଜ ଡିଆଇଜି, ଏସପି ମାନଙ୍କୁ ମଧ୍ୟ ଗାଇଡ ଲାଇନ୍ ଜାରି କରାଯାଇଛି । ସେହିପରି ହୋଲି ଓ ଦୋଳକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ଏଥର ହୋଲିରେ ମଦ୍ୟପାନ କରି ବୁଲିଲେ ନିସ୍ତାର ନାହିଁ । ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କଡା ନଜର ରହିବ କମିଶନରେଟ ପୋଲିସ । ହୋଲିରେ ମଦପିଇ ମସ୍ତି କଲେ ସିଧା ବନ୍ଧା ହେବ। ଆଜି ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ସେ କହିଛନ୍ତି ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ରାସ୍ତାରେ ଛୋଟ ବଡ଼ ଗଣ୍ଡଗୋଳ ପାଇଁ ରାସ୍ତା ଉପରେ ପୋଲିସ ଉପସ୍ଥିତ ରହିବେ । ଯଦି ରାସ୍ତା ଉପରେ ଝଗଡ଼ା କରିବେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ । ସବୁ ଆଇଆଇସି ମାନଙ୍କୁ ହୋଟେଲରେ ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ମଦ ବିକ୍ରି ଉପରେ ମଧ୍ୟ ପୋଲିସ ନଜର ରଖିବ । ହୋଲି ଦିନ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି । ସେହିପରି ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର । ବିଭିନ ପ୍ରକାର ରଙ୍ଗ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେଉଛି । ହେଲେ ରଙ୍ଗ ସମ୍ପର୍କରେ ଅବଗତ ନଥାଇ ରଙ୍ଗ କିଣୁଛନ୍ତି ଲୋକେ । ଫଳରେ ରସାୟନିକ ରଙ୍ଗ ଯୋଗୁଁ ଚର୍ମରୋଗ ଭଳି ସମସ୍ୟାର ଆଶଙ୍କା ରହୁଛି । ବଜାରରେ ଏଭଳି ରସାୟନିକ ରଙ୍ଗ ବିକ୍ରି ନେଇ କଟକଣା ଲଗାଇଛି ରାଜ୍ୟ ପୋଲିସ । Post navigation ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା କଟକଣା ପ୍ରତ୍ୟାହୃତ ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ