ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଆମେ ପବିତ୍ର ଅକ୍ଷୟ ତୃତୀୟା ରୂପେ ପାଳନ କରିଥାଉ। ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ। ଆଜିର ଏହି ପବିତ୍ର ଦିନରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଟକ CRRIରେ ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ବି ଅଖିମୁଠି ଅନୁକୂଳ କରିଛନ୍ତି । ତେବେ ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ। ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ବୈଶାଖ ମାସ ତୃତୀୟା ଅବସରରେ ଚାଷୀ ପରିବାର ଲୋକେ ସକାଳୁ ଘର କୁ ଚିତା ଓ ଝୋଟି ପକାଇ ସଜାଇ ଦିଅନ୍ତି। ଚାଷୀ ପୁଅ ଗାଧୋଇ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରେ। ପରେ ଏକ ବେତରେ ତିଆରି ଟୋକେଇରେ ବିହନକୁ ପୂଜା କରି ଲଙ୍ଗଳ ନେଇ ବିଲକୁ ଯାଆନ୍ତି। ସେଠାରେ ମାଙ୍କୁ ଆରାଧନା କରି ହଳ କରିବା ପରେ ବିହନ ବୁଣି ଚାଷ ପାଇଁ ଅନୁକୂଳ କରିଥାନ୍ତି। ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ହିଁ ଆରମ୍ଭ ହୁଏ। ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ। ଏଥିପାଇଁ ଏହି ପର୍ବ ଆମ ଓଡ଼ିଆ ଚାଷୀ ଭାଇଙ୍କ ପାଇଁ ଏକ ବିଶେଷ ପର୍ବ ଅଟେ। Post navigation Women Reservation Bill: ବିରୋଧୀଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି: ମୋହନ ଚରଣ ମାଝୀ Sijimali hill tensions: ସିଜିମାଲି ଅଶାନ୍ତି ଉପରେ କେନ୍ଦ୍ରର ହସ୍ତକ୍ଷେପ ପାଇଁ ଅନୁରୋଧ କଲେ ସାଂସଦ ମାଳବିକା ଦେବୀ