ସାଲିଆ ସାହିରେ ହେମାମାଳୀନିଙ୍କ ସହ ବିଜୟ ସଂକଳ ସମାବେଶରେ ଯୋଗ ଦେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । କହିଲେ ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ।’

ସେ କହିଛନ୍ତି କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି । ମୋଦି ସରକାର ରାଜ୍ୟରେ ଆସିଲେ ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ । ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ବେଲି ଜନସାଧାରଣଙ୍କୁ ପଚାରିଲେ ଅପରାଜିତା ।

ସେ ଆହୁରି ମଧ୍ୟ ରାଜ୍ୟ ସରକାରଙ୍କ ଜାଗା ମିଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ‘ବିଜେଡି ସରକାର ବସ୍ତିବାସିନ୍ଦାକୁ ମିଛ ପଟା ବାଣ୍ଟିଛନ୍ତି । ବସ୍ତିରେ ରାଜ୍ୟ ସରକାର ବାରମ୍ବାର ପଟା ବଣ୍ଟନ କରୁଥିବା ଦେଖାଯାଉଛି । ପଟା ତ ଥରେ ଦିଆଯାଏ, ଏତେ ଥର ସମାନ ଲୋକଙ୍କୁ କାହିଁକି ଦିଆଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦିଆଯାଉଥିବା ପଟା ଦେଖିବା ପରେ ଜଣାପଡ଼ିଲା, ତାହା ଅସଲି ନୁହେଁ । ପଟାରେ ପ୍ଲଟ ନମ୍ବର କି ଖାତା ନମ୍ବର ନାହିଁ, ସେଇଟି ଫଲ୍‌ସ ପଟା । ଲୋକଙ୍କୁ ଫଲ୍‌ସ ପଟା ବାଣ୍ଟି ଭୁଆଁ ବୁଲାଇଛି ବିଜେଡି ସରକାର ।ରାଜ୍ୟରେ ବିଜେପି ସରକାର ଆସିଲେ ୬ଶହ ବର୍ଗଫୁଟର ଅସଲି ପଟା ଦିଆଯିବ ।

Leave a Reply

Your email address will not be published. Required fields are marked *