ଭଦ୍ରକର ଜଣେ ବାଳକ ବାବୁଲି ବାରିକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ସେ କହିଛନ୍ତି।

ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ ଓ ଅନ୍ୟାନ୍ୟ ଗଣମାଧ୍ୟମ ସୂତ୍ରରୁ ମୁଖ୍ୟମନ୍ତ୍ରୀ ଗରିବ ବାଳକର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗାଁର ବାବୁଲି ୧୪ ବର୍ଷର ବାଳକ। ତାଙ୍କ ପିତାମାତା ଚିନ୍ତାମଣି ଓ ଝରଣା ବାରିକ ଗରିବ। ସେ ଟ୍ରମାଟିକ୍ ନ୍ୟୁରୋ ମୋଟର ଡିସଅର୍ଡର ନାମକ ଏକ ବିରଳ ପ୍ରକାର ରୋଗରେ ପୀଡ଼ିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିଶୁର ପରୀକ୍ଷା ପାଇଁ ଏକ ଡାକ୍ତରୀ ଦଳ ମାଧପୁର ଗାଁସ୍ଥିତ ତାଙ୍କ ଘରକୁ ପଠାଯାଇଥିଲା। ଯାଞ୍ଚ ପରେ ଶିଶୁକୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପରିବାର ସହ ଯୋଗାଯୋଗରେ ରହିବ।

Leave a Reply

Your email address will not be published. Required fields are marked *