ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷା କରିଛି ତିନି ଠାକୁରଙ୍କୁ । ବଢୁଛି ଭକ୍ତଙ୍କ ଲାଗିଲାଣି ଗହଳି। ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ। ବଡ଼ଦାଣ୍ଡ ହେଲାଣି ଲୋକାରଣ୍ୟ। ଆରମ୍ଭ ହୋଇଯାଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ଦେବଦଳନ ରଥରେ ହେଲେ ବିଜେ। ପଛେ ପଛେ ଆସିବେ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର । ଭିଜିବ ଭକ୍ତର ଆଖି । ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ କମ୍ପୁଛି ଶ୍ରୀକ୍ଷେତ୍ର।

Leave a Reply

Your email address will not be published. Required fields are marked *