ନୂଆଦିଲ୍ଲୀ : ଦିଲ୍ଲୀର ସ୍କୁଲ,ବିମାନ ବନ୍ଦର ଓ ଡାକ୍ତରଖାନା ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍‌ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଧମକ ପରେ ଗୃହ ମନ୍ତ୍ରଣାଳୟରେ ତଦନ୍ତ କାର୍ଯ୍ୟ ଜୋରରେ ଚାଲିଛି । ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍‌ ସ୍କ୍ୱାଡ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।
ସୂଚନାଯୋଗ୍ୟ କି, ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ମେଲ୍‌ ଜରିଆରେ ଏହି ଧମକ ମିଳିଥିଲା । ଅଧିକାରୀ ଜଣକ ତୁରନ୍ତ ଏହି ମେଲ୍‌ ବିଷୟରେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ । ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ଆମକୁ ଏକ କଲ୍‌ ଆସିଥିଲା ଯେ, ନର୍ଥ ବ୍ଲକ୍‌ରେ ବୋମାମାଡ଼ ପାଇଁ ଧମକ ଆସିଛି। ଆଜି ଅପରାହ୍ନ ୩.୩୦ ସମୟରେ ଏହି କଲ୍‌ ଆସିଥିଲା। ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ନର୍ଥ ବ୍ଲକ ହେଉଛି ସେହି କ୍ଷେତ୍ର, ଯେଉଁଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି।
ଗତ କିଛି ଦିନ ହେବ ଦିଲ୍ଲୀ-ଏନ୍‌ସିଆରର ୧୫୦ରୁ ଅଧିକ ବିଦ୍ୟାଳୟ ବିମାନ ବନ୍ଦର ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ତେବେ ଖୋଜାଖୋଜି ପରେ କିଛି ମିଳିନାହିଁ।

By SonaliP

Leave a Reply

Your email address will not be published. Required fields are marked *