ନୂଆଦିଲ୍ଲୀ ; ଦିଲ୍ଲୀ-ଏନସିଆର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର ସଂସ୍କୃତ ବିଦ୍ୟାଳୟ, ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଅନ୍ୟତମ ।ଦିଲ୍ଲୀର ୬୦ ରୁ ଅଧିକ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିବା ଜଣାପଡିଛି ।
ଆଜି ଭୋରୁ ୪.୧୫ ମିନିଟ୍‌ରେ ଏଭଳି ଇ-ମେଲ୍‌ ଏକାଧିକ ସ୍କୁଲ୍‌କୁ ପଠା ଯାଇଛି । ଏପରି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ପିଲାଙ୍କ ସ୍କୁଲ୍‌ ବ୍ୟାଗ୍‌ ସବୁ ସ୍କୁଲରେ ରଖାଯାଇଛି । ଭୟଭୀତ ନ ହେବାକୁ ସ୍କୁଲ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅଭିଭାବକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ପୋଲିସ ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇମେଲ୍ ର ଅନୁଧ୍ୟାନ କରିବା ତନାଘନା କରୁଛନ୍ତି । ସବୁ ସ୍କୁଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଆସି ପହଞ୍ଚିଛନ୍ତି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ” ଦିଲ୍ଲୀ ପୋଲିସର କହିବାନୁସାରେ, ଧମକପୂର୍ଣ୍ଣ ଇମେଲ୍ ର ଆଇପି ଠିକଣା ଜାଣିବା ପାଇଁ ଉଦ୍ୟମ କରାଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଇମେଲ୍ ପଠାଇଛନ୍ତି ଏବଂ କେଉଁଠାରୁ ପଠାଯାଇଛି ତାହା ଖୋଜିବା ସମ୍ଭବ ହୋଇନାହିଁ ।

 

By SonaliP

Leave a Reply

Your email address will not be published. Required fields are marked *