ଜହ୍ନିକୁଦା ଘାଟପେଣ୍ଠରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଫସିରହିଥିଲା ଯାତ୍ରୀବାହୀ ଡଙ୍ଗା। ମଏଁସା ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗାଟି ଅଟକି ଯାଇଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୁଚନମୂତାବକ, ଡଙ୍ଗାଟି ଆଜି ସକାଳ ୭ଟା ୩୦ ମିନିଟ ସମୟରେ ଜହ୍ନିକୁଦା ଘାଟପେଣ୍ଠରୁ ୧୦ଟି ବାଇକ୍ ସମେତ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମଏଁସା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ଅଧାରେ ଅଟକି ରହିଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଡଙ୍ଗାଟି କୂଳକୁ ଆସିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *