ସିଂହନାଥ ଓ ଭଟ୍ଟାରିକା ପୀଠରେ BNS ୧୬୩ ଲାଗୁ ହୋଇଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ଥିବା ପ୍ରସିଦ୍ଧ ସିଂହନାଥ ଏବଂ ଭଟ୍ଟାରିକା ପୀଠରେ ବନ୍ୟା ଜଳ ପ୍ରବେଶ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମହାନଦୀ ଜଳସ୍ତର ବଢ଼ୁଥିବାରୁ ୧୬୩ ଲାଗୁ କରିଛନ୍ତି ବଡ଼ମ୍ବା ତହସିଲଦାର । ମହାନଦୀର ଜଳସ୍ତର କମିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଦୁର୍ଘଟଣା ରୋକିବା ପାଇଁ ନଦୀକୂଳ ନିକଟରେ ସାଧାରଣ ପ୍ରବେଶ ଏବଂ ସମାବେଶକୁ ପ୍ରତିବନ୍ଧିତ କରାଯାଇଛି।

Leave a Reply

Your email address will not be published. Required fields are marked *