ଦଳୀୟ ଶୃଙ୍ଖଳା ଭଙ୍ଗ ଓ ଅପ୍ରୀତିକର ଆଚରଣ ଅଭିଯୋଗରେ ରାଉରକେଲାର ପ୍ରକାଶ ପାଶଓ୍ୱାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ବିଜେପି ଦଳରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି। ତଥ୍ୟାନୁସାରେ, ସାଂସଦଙ୍କ ପ୍ରତିନିଧି କୁହାଯାଉଥିବା ପ୍ରକାଶ ପାଶଓ୍ୱାନ ଏବଂ ତାଙ୍କ ସହଯୋଗୀମାନେ ସର୍କିଟ୍ ହାଉସର ୧୦୧, ୧୦୭ ଓ ୧୧୧ ନମ୍ବର ରୁମ୍ରେ ବହୁଦିନ ଧରି ରହିଆସୁଥିଲେ। ସ୍ଥାନୀୟ ରଘୁନାଥପାଲୀ ଥାନା ଅନ୍ତର୍ଗତ ଜଣେ ଯୁବକ ସୁଜିତ ବେହେରାଙ୍କୁ ମଦ୍ୟପ ଅବସ୍ଥାରେ ଆକ୍ରମଣ କରାଯିବା ପରେ ହିଁ ଏହି ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଚଢ଼ାଉ କରି ରୁମ୍ରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ (ବିକାଶ)କୁ ଅଟକ ରଖିଥିବା ବେଳେ, କିନ୍ତୁ ପ୍ରକାଶ ପାଶଓ୍ୱାନଙ୍କୁ ଖସାଇଦେବା ପାଇଁ ରଘୁନାଥପାଲୀ ପୁଲିସ ସବୁ ପ୍ରକାର ବନ୍ଦୋବସ୍ତ କରିଦେଇଥିଲା। ବେଆଇନ ବନ୍ଧୁକ, ମଦ୍ୟପାନ ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ଚାଲିଥିବା ସତ୍ତ୍ୱେ ସର୍କିଟ୍ ହାଉସ୍ କର୍ମଚାରୀ କିମ୍ବା ପୁଲିସ ପ୍ରଶାସନ କିପରି ଅଜଣା ରହିଲେ ବୋଲି ପ୍ରଶ୍ନ ଉଠିଛି? ଅନ୍ୟପଟେ ସର୍କିଟ୍ ହାଉସ୍ରେ ସାଧାରଣତଃ ପ୍ରଶାସନିକ ସୁପାରିଶ ବିନା ରୁମ୍ ମିଳିବା ଅସମ୍ଭବ। ସାଂସଦଙ୍କ ବଳରେ ବଳୀୟାନ ପ୍ରକାଶଙ୍କୁ ସର୍କିଟ୍ ହାଉସର ୧୦୧ ନଂ ରୁମ୍ ଦେଇଥିଲେ ସବ୍-କଲେକ୍ଟର। ଏଥିପାଇଁ କୁଆଡ଼େ ସାଂସଦ ଜୁଏଲ ଓରାମ୍ ତାଙ୍କୁ ହାଟ୍ସଆପ୍ରେ ମେସେଜ୍ ଦେଇଥିଲେ। ପ୍ରତିନିଧି ହିସାବରେ ପ୍ରକାଶ ପାଶଓ୍ୱାନ ସର୍କିଟ୍ ହାଉସକୁ ଦଖଲ ନେଇଯାଇଥିଲେ। ଆଉ ଏକ ଅତିରିକ୍ତ ରୁମ୍ ଖୋଲିବା ପାଇଁ ସର୍କିଟ୍ ହାଉସର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ। ସେମାନଙ୍କ ପାଇଁ ୧୦୧ ଓ ୧୦୨ ରୁମ୍ ଖୋଲି ଦିଆଯାଇଥିଲା। ନଜରରେ ପଡ଼ିବ ଭାବି ଏହି ରୁମ୍ ଭଲ ନାହିଁ କହି ସେମାନେ ୧୦୭ ଓ ୧୧୧ ନଂ ରୁମ୍ ବାଛିଥିଲେ। ସବ୍-କଲେକ୍ଟରଙ୍କ ପାଖକୁ ହାଟ୍ସଆପ୍ ସନ୍ଦେଶ ଆସିବା ଏବଂ ତା’ ପରେ ରୁମ୍ ବୁକ୍ ହେବା ପ୍ରଶାସନିକ ନିୟମାବଳୀର ଘୋର ଉଲ୍ଲଂଘନ । ଏହି ଘଟଣା ସମ୍ନାକୁ ଆସିବା ପରେ ଏ ନେଇ ସ୍ଥାନୀୟ ବିଧାୟକ ସାରଦା ନାୟକ ଓ ପୂର୍ବତନ ସାଂସଦ ଦିଲୀପ ରାୟଙ୍କ ସମେତ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଅପରାଧୀଙ୍କ ପ୍ରତି କୋହଳ ଆଭିମୁଖ୍ୟ ଶାସନ ବ୍ୟବସ୍ଥାର ସୁନାମ ପ୍ରତି ବିପଦ ବୋଲି ସେମାନେ ମତ ଦେଇଛନ୍ତି। ରାଉରକେଲା ପରି ଏକ ବାଣିଜ୍ୟିକ ଓ ଶିଳ୍ପ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତୁରନ୍ତ ହସ୍ତକ୍ଷେପ କରିବା ସହ ଦୋଷୀ ଅଧିକାରୀ ଓ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। Post navigation कांग्रेस ने देश के विभाजन की नींव डाली, वंदे मातरम विवाद पर अमित शाह का बड़ा बयान Jharkhand HC Stays Government’s Decision to Cancel Recruitment Examinations